ରୋହିତଙ୍କ ଫିଟ୍‌ନେସ ପରୀକ୍ଷା ଆଜି

ମୁମ୍ବଇ: ନିକଟରେ ଅଷ୍ଟ୍ରେଲିଆ ଗସ୍ତ ଲାଗି ଭାରତୀୟ ଦିନିକିଆ, ଟ୍ବେଣ୍ଟି୨୦ ଓ ଟେଷ୍ଟମ୍ୟାଚ୍ ଦଳ ​‌େ​‌ଘାଷଣା କରାଯାଇଛି। ଆହତ ଥିବାରୁ ପ୍ରମୁଖ ଭାରତୀୟ ବ୍ୟାଟ୍‌ସମ୍ୟାନ୍ ରୋହିତ ଶର୍ମାଙ୍କୁ ଏହି ଦଳରେ ସାମିଲ କରା ଯାଇନାହିଁ। ଚଳିତ ଆଇପିଏଲ୍‌ରେ ମୁମ୍ବଇ ଇଣ୍ଡିଆନ୍‌ସର ଅଧିନାୟକ ରୋହିତ ଆହତ ହୋଇଥିଲେ। ତେବେ ଶନିବାର ବିସିସିଆଇ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ ରୋହିତଙ୍କୁ ସମ୍ପୂର୍ଣ୍ଣ ଭାବେ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ଦିଆ ଯାଇନାହିଁ। ଏହି ଗସ୍ତର କିଛି ମ୍ୟାଚ୍‌ ରୋହିତ ଖେଳିପାରନ୍ତି। ଏହା ନିର୍ଦ୍ଧାରଣ କରିବା ଲାଗି ରବିବାର ରୋହିତଙ୍କ ଫିଟ୍‌ନେସ ପରୀକ୍ଷା ନିଆଯିବ। ଏହା ବିଷୟରେ ବିସିସିଆଇର ଉକ୍ତ ଅଧିକାରୀ କହିଛନ୍ତି, ରବିବାର ରୋହିତଙ୍କ ଫିଟ୍‌ନେସ ଆକଳନ କରାଯିବ। ଏହାପରେ ଯାଇ ନିଷ୍ପତ୍ତି ନିଆଯିବ ଯେ ଅଷ୍ଟ୍ରେଲିଆ ଗସ୍ତରେ ଯିବା ପାଇଁ ଯୋଗ୍ୟ କି ନାହିଁ। ରୋହିତଙ୍କ ହାମ୍‌ଷ୍ଟ୍ରିଙ୍ଗ୍‌ରେ ଆଘାତ ଲାଗିଛି।

Comments are closed.