ଦ୍ରୁତତମ ୭ ହଜାର ରନ୍ କରିବାରେ ରୋହିତଙ୍କ ରେକର୍ଡ, ସଚିନଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ: ଦିନିକିଆରେ ଓପନର ଭାବେ ଦ୍ରୁତତମ ୭ ହଜାର ରନ୍ କରିବାରେ ରୋହିତ ଶର୍ମା ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ହାସିମ ଅମଲା ଏବଂ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ସେ ଏହି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ୩୨ ବର୍ଷୀୟ ରୋହିତ ଶୁକ୍ରବାର ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଦିନିକିଆରେ ବ୍ୟାଟିଂ କରିଥିଲେ। ନୂଆ ରେକର୍ଡ ପାଇଁ ତାଙ୍କୁ ୨୩ ରନ୍ ଦରକାର ପଡୁଥିଲା, ଯାହାକୁ ସେ ସଂଗ୍ରହ କରିନେଇଥିଲେ। ସେ ୪୨ ରନ୍ କରି ଆଉଟ୍ ହୋଇଥିଲେ। ଦ୍ରୁତତମ ୭ ହଜାର ରନ୍ କରିବାକୁ ରୋହିତ ୧୩୭ ଇନିଂସର ସହାୟତା ନେଇଥିଲେ, ଯେତେବେଳେ କି ହାସିମ ଅମ୍ଲା ୧୪୭ ଏବଂ ସଚିନ ତେନ୍ଦୁଲକର ୧୬୦ ଇନିଂସର ସାହାରା ନେଇଥିଲେ।