୨୦୦ ଦିନିକିଆ କ୍ଲବରେ ରୋହିତ

0

ରୋହିତ ଶର୍ମା ଇତିମଧ୍ୟରେ ୨୦୦ ଦିନିକିଆ ମ୍ୟାଚ ଖେଳିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗୁରୁବାର ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚତୁର୍ଥ ଦିନିକିଆ ଖେଳିବା ଅବସରରେ ରୋହିତ ନିଜକୁ ୨୦୦ କ୍ଲବରେ ସାମିଲ କରିଛନ୍ତି। ବିଶ୍ବର ୭୯ ଓ ଭାରତର ୧୪ ଜଣ କ୍ରିକେଟର ୨୦୦ କିମ୍ବା ତଦୁର୍ଦ୍ଧ୍ବ ଦିନିକିଆ ଖେଳିସାରିଛନ୍ତି। ସଚିନ ତେନ୍ଦୁଲକର ସର୍ବାଧିକ ୪୬୩ଟି ଦିନିକିଆ ଖେଳି ତାଲିକାର ଶୀର୍ଷରେ ରହିଛନ୍ତି। ୩୧ ବର୍ଷୀୟ ରୋହିତ ୨୦୦୭ରେ ଆୟରଲାଣ୍ଡ ବିପକ୍ଷରେ ନିଜର ଦିନିକିଆ କ୍ୟାରିୟର ଆରମ୍ଭ କରିଥିଲେ। ଇତିମଧ୍ୟରେ ସେ ୨୦୦ଟି ଦିନିକିଆରୁ ୪୮.୧୪ ହାରରେ ୨୨ଟି ଶତକ ସହ ୭୭୯୯ ରନ ସ୍କୋର କରିସାରିଛନ୍ତି।

Leave A Reply