ଭାରତୀୟ ଦଳ ସହ ଯୋଗ ଦେଲେ ରୋହିତ

ମେଲବୋର୍ଣ୍ଣ : ତାରକା ବ୍ୟାଟସମ୍ୟାନ୍‌ ରୋହିତ ଶର୍ମା ବୁଧବାର ଭାରତୀୟ ଦଳ ସହ ଯୋଗ ଦେଇଛନ୍ତି। ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ରୋହିତ ୧୪ଦିନ ସଙ୍ଗରୋଧରେ ରହିଥିଲେ। ସଙ୍ଗରୋଧ ସମୟ ଶେ​‌ଷ ହେବା ପରେ ରୋହିତ ଭାରତୟ ଦଳ ସହ ଯୋଗ ଦେବା ଦଳର ବ୍ୟାଟିଂକୁ ଅଧିକ ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଦୁଇଟି ମ୍ୟାଚ୍‌ ଶେଷ ହୋଇଛି। ବାକି ଦୁଇଟି ମ୍ୟାଚ୍‌ରେ ରୋହିତ ଭାରତୀୟ ଦଳକୁ ପ୍ରତିନିଧିତ୍ବ କରିବାର ଆଶା ରହିଛି। ରୋହିତ ଭାରତୀୟ ଦଳ ସହ ଯୋଗ ଦେବା ସମୟରେ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ତାଙ୍କୁ ସଙ୍ଗରୋଧ ସମୟ କିପରି କଟିଲା ବୋଲି ପ୍ରଶ୍ନ କରୁଥିବା ବିସିସିଆଇ ତରଫରୁ ଜାରି ଏକ ଭିଡିଓରେ ଦେଖିବାକୁ ମିିଳିଛି। ରୋହିତଙ୍କୁ ଚେତେଶ୍ବର ପୂଜାରା, ଉମେଶ ଯାଦବ, ଋଦ୍ଧିମାନ ଶାହା, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ୍‌ ଓ ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର ସ୍ବାଗତ କରିଥିଲେ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା ଜାନୁଆରୀ ୭ରୁ ତୃତୀୟ ଟେଷ୍ଟ ଖେଳାଯିବ।

Comments are closed.