ବିଶିଷ୍ଟ ଠିକାଦାର ରୋହିତ ଦାସଙ୍କ ସ୍ମୃତି ଚାରଣ

ଫୁଲବାଣୀ: ବିଶିଷ୍ଟ ଠିକାଦାର ରୋହିତ୍‍ କୁମାର ଦାସ ତଥା ଆରକେଡ଼ି କନ୍‍ଷ୍ଟ୍ରକ୍ସନ୍‍ ଏମ୍‍ଡ଼ିଙ୍କର ଗତ ୧୭ ତାରିଖରେ ଦେହାନ୍ତ ଘଟିଥିବା ବେଳେ ସ୍ୱର୍ଗତ ଦାସଙ୍କର ଶୁଦ୍ଧକ୍ରିୟା ଅବସରରେ ଦାରିଙ୍ଗବାଡ଼ି କନ୍‍ଷ୍ଟ୍ରକ୍ସନ୍‍ କ୍ୟାମ୍ପର କର୍ମଚାରୀଙ୍କ ପକ୍ଷରୁ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କର୍ମଚାରୀ ମାନେ ସ୍ୱର୍ଗତ ଦାସ ଜଣେ ପରୋପକାରୀ ଓ ମେଳାପି ଏବଂ ଉତ୍ତମ ବ୍ୟବହାର ଲୋକ ଥିବା ବେଳେ ସେ କର୍ମଚାରୀଙ୍କ ପ୍ରତି ତାଙ୍କର ବ୍ୟବହାର ସର୍ବଦା ମନେ ରହିବ ବୋଲି କର୍ମଚାରୀମାନେ ସ୍କୃତି ଚାରଣ କରିଥିଲେ। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ପରିଚାଳକ ପଂଚାନନ ଦାସ, ଏକାଉଟାଣ୍ଟ କମଳାକାନ୍ତ ମଲିକ, କ୍ୟାମ୍ପ କାର୍ଯ୍ୟକାରି ଅଧିକାରୀ ଉତ୍ତମ ପଟନାୟକ ଓ ଅନ୍ୟମାନେ ସ୍ମୃତି ଚାରଣ କରିବା ସହିତ ଆଜି ଏହି ଅବସରରେ ସମସ୍ତ କର୍ମଚାରୀମାନେ ୨ ମିନିଟ୍‍ ନିରବ ପ୍ରାର୍ଥନା କରିଥିଲେ।

Comments are closed.