ଆଉ ଜଣେ ‘ମା ଟେରେସା’ ରେହାନା

ମୁମ୍ବଇ: ମହାରାଷ୍ଟ୍ରର ଜଣେ ମହିଳା ଆରକ୍ଷୀ କର୍ମଚାରୀ ରେହାନା ଶେଖ୍‌ ଭଗୱନଙ୍କୁ ଏବେ ଦ୍ବିତୀୟ ‘ମା ଟେରେସା’ ବୋଲି କୁହାଯାଉଛି। ନିକଟରେ କର୍ତ୍ତୃପକ୍ଷ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ୨୦୦୦ ମସିହାରେ କନ୍‌ଷ୍ଟେବଳ ଭାବେ ଯୋଗ ଦେଇଥିବା ୪୦ବର୍ଷୀୟା ରେହାନା ଇତିମଧ୍ୟରେ ରାଜ୍ୟର ରାଇଗଡ଼ ଜିଲାରେ ୫୦ରୁ ଅଧିକ ଆଦିବାସୀ ଅନାଥ ଓ ଅସହାୟ ପିଲାଙ୍କୁ ଥଇଥାନ କରିବା ସହ ନୂଆ ଜୀବନ ଦେଇଥିବା ଏବଂ ବହୁ ଲୋକଙ୍କୁ ବିପଦବେଳେ ସହାୟ ହୋଇଥିବା ଆରକ୍ଷୀ ଆୟୁକ୍ତ ହେମନ୍ତ ନାଗରାଲେ କହିଛନ୍ତି। ସେ ଏହି ପିଲାମାନଙ୍କୁ ଖାଦ୍ୟପେୟ, ପାଠ୍ୟ ଉପକରଣ, ପୋଷାକ, ଚପଲ ଇତ୍ୟାଦି ଯୋଗାଇବା ସହ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଖର୍ଚ୍ଚ ବହନ କରିଛନ୍ତି।

ଏମିତି କି ସେ କରୋନା ମହାମାରୀ ସମୟରେ ଅସଂଖ୍ୟ ଲୋକଙ୍କ ପ୍ରତି ସହାୟତାର ହାତ ବଢ଼ାଇଥିବା ଓ ଅମ୍ଳଜାନ, ତୁଣ୍ଡି ଓ ଔଷଧ ଯୋଗାଇଥିବା ଆରକ୍ଷୀ ଆୟୁକ୍ତ ସମ୍ବର୍ଦ୍ଧନା ଜ୍ଞାପନ ଅବସରରେ କହିଛନ୍ତି। ରେହାନା ଜଣେ ଉଚ୍ଚକୋଟୀର ଭଲିବଲ୍‌ ଖେଳାଳି। ସେ କ୍ରୀଡ଼ାରେ ଅନେକ ଥର ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି। ଏଥିସହିତ ଆରକ୍ଷୀ କ୍ରୀଡ଼ାରେ ଅଂଶଗ୍ରହଣ ପାଇଁ ସେ ବିଦେଶ ଗସ୍ତ ମଧ୍ୟ କରିଛନ୍ତି।

Comments are closed.