ୟୁଏସ୍‍ ଓପନ୍‍ : ପୁରୁଷ ଡବଲ୍‍ସ୍‍ କ୍ୱାର୍ଟର୍‍ ଫାଇନାଲରେ ବୋପାନ୍ନା ଓ ସାପୋଭାଲୋଭ୍‍

ନ୍ୟୁୟର୍କ : ଭାରତର ରୋହଣ ବୋପାନ୍ନା ଓ କାନାଡ଼ାର ଡେନିସ୍‍ ସାପୋଭାଲୋଭ୍‍ଙ୍କ ଯୋଡ଼ି  ୟୁଏସ୍‍ ଓପନ୍‍ ଟେନିସ୍‍ ଟୁର୍ଣ୍ଣାମେଣ୍ଟର ପୁରୁଷ ଡବଲ୍‍ସ୍‍ର କ୍ୱାର୍ଟର୍‍ ଫାଇନାଲରେ ପହଞ୍ଚିଛନ୍ତି। ଏହି ଭାରତ-କାନାଡ଼ା ଯୋଡି ଜର୍ମାନ୍‍ ଯୋଡ଼ି କେଭିନ୍‍ କ୍ରାୱିଜ୍‍ ଓ ଆଣ୍ଡ୍ରେ ମାଏଙ୍କୁ ପରାସ୍ତ କରି କ୍ୱାର୍ଟର୍‍ ଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ସୁମିତ୍‍ ନାଗାଲ୍‍ ଓ ଦିବିଜ୍‍ ଶରନ୍‍ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବା ପରେ ବୋପାନ୍ନା ଏକମାତ୍ର ଭାରତୀୟ ଖେଳାଳି ଭାବେ ଏହି ପ୍ରତିଯୋଗିତାରେ ତିଷ୍ଠି ରହିଛନ୍ତି।

ଶୁକ୍ରବାର ଖେଳା ଯାଇଥିବା ପ୍ରଥମ ରାଉଣ୍ଡ ମ୍ୟାଚରେ ବୋପନ୍ନା ଓ ସାପୋଭାଲୋଭ୍‍ ସହଜରେ ଆମେରିକାର ଯୋଡ଼ି ଅର୍ନେଷ୍ଟୋ ଏସ୍କୋବେଡୋ ଓ ନୋଆ ରୁବିନ୍‍ଙ୍କୁ ୬-୨, ୬-୪ ସେଟରେ ପରାସ୍ତ କରି ୨ୟ ରାଉଣ୍ଡରେ ପ୍ରବେଶ କରିଥିଲେ। ତେବେ ୨ୟ ରାଉଣ୍ଡରେ ବୋପନ୍ନା ଓ ସାପୋଭାଲୋଭ୍‍ ଜର୍ମାନ୍‍ ଯୋଡ଼ି କେଭିନ୍‍ କ୍ରାୱିଜ୍‍ ଓ ଆଣ୍ଡ୍ରେ ମାଏଙ୍କୁ ପରାସ୍ତ କରି କ୍ୱାର୍ଟର୍‍ ଫାଇନାଲରେ ପ୍ରବେଶ କରିଛନ୍ତି।

ସେହିପରି ସେରେନା ୱିଲିୟମ୍‍ସ୍‍ ମହିଳା ସିଙ୍ଗଲ୍‍ସ୍‍ର ତୃତୀୟ ରାଉଣ୍ଡରେ ସ୍ଲୋଆନେ ଷ୍ଟେିଫେନ୍‍ସଙ୍କୁ ୨-୬, ୬-୨ ଓ ୬-୨ ସେଟରେ ପରାସ୍ତ କରି ଚତୁର୍ଥ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଏହି ରାଉଣ୍ଡରେ ସେ ଗ୍ରୀସ୍‍ର ମାରିଆ ସାକ୍କାରିଙ୍କୁ ଭେଟିବେ।

 

Comments are closed.