ବାଗଦାଦସ୍ଥିତ ଆମେରିକା ଦୂତାବାସ ଉପରେ ପୁଣି ରକେଟ୍ ଆକ୍ରମଣ

ବାଗଦାଦ : ଇରାକର ରାଜଧାନୀ ବାଗଦାଦସ୍ଥିତ ଆମେରିକା ଦୂତାବାସ ଉପରେ ରବିବାର ପୁଣି ରକେଟ୍ ଆକ୍ରମଣ ହୋଇଛି। ଆମେରିକା ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ​ କେତୋଟି ରକେଟ୍ ମାଡ କରାଯାଇଛି‌ ତାହା ସ୍ପଷ୍ଟ ହୋଇ ନାହିଁ। ଅନ୍ୟ ପକ୍ଷରେ ଏହି ରକେଟ ଆକ୍ରମଣରେ ମୃତାହତଙ୍କ ସଂପର୍କରେ ସ୍ପଷ୍ଟ ସୂଚନା ମିଳି ନାହିଁ। ସୁଲେମାନୀ ହତ୍ୟାର ପ୍ରତିଶୋଧ ନେବା ପାଇଁ ଆମେରିକା ସେନା ଘାଟି ଉପରେ ଇରାକୀ ସେନା ପକ୍ଷରୁ ଅନେକ ଥର ଆକ୍ରମଣ କରାଯାଉଛି।

୨୦୧୯ ଅକ୍ଟୋବର ପରେ ଆମେରିକା ଦୂତାବାସ ତଥା ୫୨୦୦ ଆମେରିକା ସେନା ରହୁଥିବା ଘାଟି ଉପରେ ଏହା ୧୯ତମ ଆକ୍ରମଣ। ଅନ୍ୟପକ୍ଷରେ ଏହି ଆକ୍ରମଣ ନେଇ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରି ନାହାନ୍ତି। ​‌

Comments are closed.