ଆମେରିକାର ଦୂତାବାସକୁ ରକେଟ୍‍ ମାଡ, ୨ ଆହତ

ବାଗଦାଦ: ଇରାକର ରାଜଧାନୀ ବାଗଦାଦରେ ଥିବା ଆମେରିକାର ଦୂତାବାସକୁ ରକେଟ୍‍ ମାଡ଼ ହୋଇଛି । ଗତକାଲି ବିଳମ୍ବିତ ରାତିରେ ରକେଟ୍‍ ମାଡ଼ ହୋଇଥିବା ଜଣାପଡ଼ିଛି । ଏହି ଆକ୍ରମଣରେ ଜଣେ ମହିଳା ଓ ଜଣେ ଶିଶୁ ଆହତ ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ବିବୃତି ରଖିଛି ଇରାକ ସୈନ୍ୟ, ଇରାକ ସୈନ୍ୟର କହିବା ଅନୁଯାୟୀ ଏହି ରକେଟ୍‍ ମାଡ଼ରେ ଜଣେ ଶିଶୁ ଏବଂ ଜଣେ ମହିଳା ଆହତ ହୋଇଛନ୍ତି । ଏହା ଗୋଟିଏ ଆଶ୍ଚର୍ଯ୍ୟକର ଘଟଣା ଯେଉଁଥିରେ ଇରାକୀମାନେ ଆହତ ହୋଇଛନ୍ତି । ହେଲେ ଆକ୍ରମଣର ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ତେବେ ଏହି ରକେଟ୍‍ ମାଡ଼ ଗୋଟିଏ ସ୍କୁଲ ନିକଟରେ ହୋଇଥିବା କୁହାଯାଉଛି । ଏନେଇ ଇରାକର ସାମରିକ ଅଧିକାରୀମାନେ ଏକ ନ୍ୟୁଜ୍ ଏଜେନ୍ସିକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ଆମେରିକାର ଦୂତାବାସରେ ଦୁଇରୁ ତିନିଟି କାଟୁଷା ରକେଟ୍ ଗୁଳି ଚଳାଯାଇଥିଲା । ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଏହି ଗୁଳି ଚଳାଇଥିଲା ବୋଲି ସେମାନେ କହିଛନ୍ତି ।

Comments are closed.