ଇଂଲଣ୍ଡର ପୂର୍ବତନ କ୍ରିକେଟର୍‌ ଓ ଭାଷ୍ୟକାର ରବିନ୍‌ ଜ୍ୟାକ୍‌ମ୍ୟାନ୍‌ଙ୍କ ଦେହାନ୍ତ

ଲଣ୍ଡନ୍‌ : ଇଂଲଣ୍ଡ କ୍ରିକେଟ୍‌ ଦଳର ପୂର୍ବତନ ଦ୍ରୁତ ବୋଲର ତଥା କ୍ରିକେଟ୍‌ ଭାଷ୍ୟକାର ରବିନ୍‌ ଜ୍ୟାକ୍‌ମ୍ୟାନ୍‌ଙ୍କ ଶୁକ୍ରବାର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଜ୍ୟାକ୍‌ମ୍ୟାନ୍‌ଙ୍କ ପରଲୋକରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ତରଫରୁ ଶୋକପ୍ରକାଶ କରାଯିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଛି। ଜ୍ୟାକ୍‌ମ୍ୟାନ୍ କାଉଣ୍ଟିଂ କ୍ରିକେଟ୍‌ରେ ସରେ ଦଳ ତରଫରୁ ୧୯୬୬ରୁ ୧୯୮୨ ପର୍ଯ୍ୟନ୍ତ ଖେଳିଥିଲେ। ସେ ନିଜ ପ୍ରଥମଶ୍ରେଣୀ କ୍ୟାରିୟରରେ ୧୪୦୦ରୁ ଅଧିକ ୱିକେଟ୍ ହାସଲ କରିଥିଲେ। ସେ ୩୫ ବର୍ଷ ବୟସରେ ଇଂଲଣ୍ଡ ତରଫରୁ ଟେଷ୍ଟ ମ୍ୟାଚ୍‌ରେ ପଦାର୍ପଣ କରିଥିଲେ। ସେ ଇଂଲଣ୍ଡ ତରଫରୁ ୪ଟି ଟେଷ୍ଟ ଖେଳିଥିଲେ। ସେ ଦକ୍ଷିଣ ଆଫ୍ରିକାର ୱେଷ୍ଟର୍ଣ୍ଣ ପ୍ରୋଭିନ୍‌ସ ପାଇଁ କ୍ରିକେଟ୍‌ ଖେଳିଥିଲେ। କ୍ରିକେଟର୍‌ରୁ ଅବସର ନେବା ପରେ ଜ୍ୟାକ୍‌ମ୍ୟାନ୍ ଦକ୍ଷିଣ ଆଫ୍ରିକାରେ ରହୁଥିଲେ। ସେଠାରେ ସେ କ୍ରିକେଟ୍‌ ଭାଷ୍ୟକାର ଭାବେ ପରବର୍ତ୍ତୀ ସମୟରେ ବେଶ୍‌ ସୁନାମ ଅର୍ଜନ କରିଥିଲେ। ୨୦୧୨ରେ ଜ୍ୟାକ୍‌ମ୍ୟାନ୍‌ଙ୍କୁ କ୍ୟାନସର୍‌ ହୋଇଥିବା ଜଣା ପଡ଼ିଥିଲା। ତାଙ୍କର ବହୁବାର ଅ​‌େ​‌ସ୍ତ୍ରାପଚାର ହୋଇଥିଲା।

Comments are closed.