ଝାମ୍ପି ନେଲେ ୫ଲକ୍ଷ ଟଙ୍କା

ଟିଟିଲାଗଡ : ଠିକାଦାରପଡା ଛକରୁ ଜଣେ ବ୍ୟକ୍ତିଙ୍କ ଠାରୁ ଦୁର୍ବୃତ୍ତମାନେ ୫ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି। ରାଇସମିଲର ମ୍ୟାନେଜର ଏସବିଆଇ ବ୍ୟାଙ୍କରୁ ଟଙ୍କା ଉଠାଇ ନେଇ ଫେରୁଥିଲେ। ସେହି ସମୟରେ ତାଙ୍କ ଘର ସାମ୍ନାରୁ ଦୁଇ ଜଣ ଦୁର୍ବୃତ୍ତ ଆସି ଟଙ୍କା ଛଡାଇ ନେଇ ଫେରାର ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.