ଇଡି ନିକଟରେ ହାଜର ହେଲେ ରବର୍ଟ

ନୂଆଦିଲ୍ଲୀ : ବେଆଇନ ଅର୍ଥ ହେରଫେର ମାମଲାକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରା ଗୁରୁବାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ନିକଟରେ ହାଜର ହୋଇଛନ୍ତି। ପୂର୍ବାହ୍ଣ ପ୍ରାୟ ୧୦ଟା ୩୦ରେ ରଟର୍ବଙ୍କୁ ପତ୍ନୀ ପ୍ରିୟଙ୍କା ଇଣ୍ଡିଆ ଗେଟ ନିକଟ ଇଡି କାର୍ଯ୍ୟାଳୟରେ ଛାଡିଆସିଥିଲେ। ବିଦେଶରେ ସମ୍ପତ୍ତି କ୍ରୟକୁ ନେଇ ଇଡି ରବର୍ଟଙ୍କ ବିରୋଧରେ ଅର୍ଥ ହେରଫେର ନିରୋଧ ଆଇନ (ପିଏମଏଲଏ) ଅନୁଯାୟୀ ମାମଲା ରୁଜୁ କରିିଛି। ଏହି ମାମଲା ଆଧାରରେ ଇଡି ରବର୍ଟଙ୍କ ବୟାନ ରେକର୍ଡ କରିଛି।

Comments are closed.