ଇଡ଼ିରେ ହାଜର ହେଲେ ରବର୍ଟ ଭଦ୍ରା

0

ଜୟପୁର: ବିକାନେର ଜମି ଦୁର୍ନୀତି ମାମଲାରେ କଂଗ୍ରେସ ମହାସଚୀବ ପ୍ରିୟଙ୍କା ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରା ବୁଧବାରଦିନ କ୍ରମାନ୍ୱୟରେ ଦ୍ୱିତୀୟ ଦିନ ପାଇଁ ରାଜସ୍ଥାନର ଜୟପୁର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସ୍‌ରେ ହାଜର ହୋଇଛନ୍ତି। ବିକାନେରରେ ସେ କିଣିଥିବା ଜମିକୁ ନେଇ ଉପୁଜିଥିବା ବିବାଦ ଓ ତାଙ୍କର କମ୍ପାନୀ ସ୍କାଏଲାଇଟ୍‍ ହସ୍‍ପିଟାଲିଟିର ଭୂମିକା ଉପରେ ତାଙ୍କୁ ପଚରାଉଚରା କରାଯାଇଛି। ଜମି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ମଧ୍ୟ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରୀ କରାଯାଇଥିଲା। ଗତକାଲି ଉଭୟ ରବର୍ଟ ଓ ତାଙ୍କ ମାଆଙ୍କୁ ଆଠ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ଜେରା ପାଇଁ ଭଦ୍ରାଙ୍କ ମା’ ପୁନର୍ବାର ଇ.ଡି. ସମ୍ମୁଖରେ ହାଜର ହେବେ ବୋଲି ଜଣା ପଡିଛି।

Leave A Reply