ରବର୍ଟ ଭଦ୍ରାଙ୍କ ସମ୍ପତ୍ତି ବାଜ୍ୟାପ୍ତି କଲା ଇଡି

0

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦେଶାଳୟ ବିକାନେର ଜମି ଦୁର୍ନୀତି ମାମଲାରେ ରବର୍ଟ ଭଦ୍ରାଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିଛି। ସ୍କାଏ ଲାଇଟ୍‍ ହସ୍‍ପିଟାଲଟି ପ୍ରାଇଭେଟ୍‍ ଲିମିଟେଡ୍‍ ଏବଂ ଅନ୍ୟାନ୍ୟ ସଂସ୍ଥାର ୪ କୋଟି ୬୨ଲକ୍ଷ ଟଙ୍କାର ସମ୍ପତ୍ତିକୁ ବାଜ୍ୟାପ୍ତି କରିଛି ଇଡି। ଏହି ମାମଲାରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରୋବର୍ଟ ଭଦ୍ରା ପୂର୍ବରୁ ତାଙ୍କ ମାଆଙ୍କ ସହିତ ଜୟପୁରସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ୟ୍ୟାଳୟରେ ହାଜର ହୋଇଥିଲେ। ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଜାରି ଏକ ପ୍ରେସ ରିଲିଜରେ କୁହାଯାଇଛି ଯେ ସ୍କାଏ ଲାଇଟ୍‍ ହସ୍‍ପିଟାଲିଟି ଲିମିଟେଡ୍‍ ୭୨ଲକ୍ଷ ଟଙ୍କାରେ ୬୯ ହେକ୍ଟର ଜମି କିଣିବା ପରେ ଏହାକୁ ଆଲେଜେନି ଫିନ୍‍ଲିଜ୍‍ ପ୍ରାଇଭେଟ୍‍ ଲିମିଟେଡ୍‍କୁ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମୂଲ୍ୟରେ ବିକ୍ରି କରିଥିଲା। ସେହି କମ୍ପାନୀ ବେଆଇନ୍‍ ଭାବେ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଲାଭ କରିଥିଲା। ଏଥିରେ ସଂପୃକ୍ତ ଅନ୍ୟ ୪ଜଣ ଯାକ ୧୮ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଲାଭ କରିଥିଲେ।

Leave A Reply