ଗୁଳି କରି ବ୍ୟବସାୟୀଙ୍କ ଠାରୁ ୧୫ହଜାର ଟଙ୍କା ଲୁଟ୍‌

କେନ୍ଦୁଝର : କେନ୍ଦୁଝରର ରେଲୱେ ଓଭରବ୍ରିଜ ତଳେ ଜଣେ ବ୍ୟବସାୟୀଙ୍କୁ ଗୁଳି କରାଯାଇଥିବାର ଅଭିଯୋଗ ହୋଇଛି। କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇ ନଗଦ ୧୫ହଜାର ଟଙ୍କା ଓ ମୋବାଇଲ ଲୁଟ୍ କରିଛନ୍ତି। ଆହତ ବ୍ୟବସାୟୀ ହେଉଛନ୍ତି ଦିଲ୍ଲୀପ ବେହେରା। ଗୁଳିଟି ଦିଲ୍ଲୀପଙ୍କ ହାତ ଓ ପେଟରେ ଘଷି ହୋଇ ପଳାଇଥିବାରୁ ସେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦିଲ୍ଲୀପଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବା ସହ ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ଦିଲ୍ଲୀପ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ରେଲୱେ ଓଭରବ୍ରିଜ ତଳେ ୪ଜଣ ଯୁବକ ୨ଟି ପଲସର ଗାଡିରେ ଆସି ତାଙ୍କୁ ଅଟକାଇ ଟଙ୍କା ମାଗିଥିଲେ। ଟଙ୍କା ନ ଦେବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇ ୧୫ହଜାର ଟଙ୍କା ଓ ମୋବାଇଲ ଛଡାଇ ନେଇଥିଲେ। ଗୁଳିଟି ଦିଲ୍ଲୀପଙ୍କର ପେଟ ଓ ହାତରେ ଘଷି ହୋଇ ପଳାଇଥିଲା।

Comments are closed.