୫ଇନ୍ସପେକ୍ଟର ଓ ୧୩ପୁଲିସ କର୍ମୀଙ୍କ ନାମରେ ଡକାୟତି ଅଭିଯୋଗ

0

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବୁନ୍ଦେଲ ସହରରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ନଗଦ ୮୪ହଜାର ଟଙ୍କା ଲୁଟ ଅଭିଯୋଗରେ ୫ଜଣ ଇନ୍ସପେକ୍ଟର ଓ ୧୩ ପୁଲିସ କର୍ମୀଙ୍କ ନାମରେ ମାମଲା ରୁଜୁ ହୋଇଛି। ୮ସେପ୍ଟେମ୍ବରରେ ଉପରୋକ୍ତ ପୁଲିସ କର୍ମଚାରୀମାନେ ଜନୈକ ବ୍ୟକ୍ତିଙ୍କ ଘରେ ପଶି ନଗଦ ୮୪ହଜାର ଟଙ୍କା ଲୁଟିନେବା ପରେ ଉକ୍ତ ବ୍ୟକ୍ତି ଓ ତାଙ୍କ ବନ୍ଧୁଙ୍କୁ ମିଥ୍ୟା ଲୁଟ ମାମଲାରେ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଥିଲେ। ତେବେ ଏହି ଘଟଣା ସିସି ଟିଭିରେ ରେକର୍ଡ଼ ହୋଇଥିଲା। ଏହାକୁ ଭିତ୍ତି କରି ଗୃହ ମାଲିକ ୨୦ସେପ୍ଟେମ୍ବରରେ କୋର୍ଟରେ ଗୁହାରି କରିଥିଲେ। କୋର୍ଟ ଏହି ମାମଲାର ଶୁଣାଣି କରି ୫ଜଣ ଇନ୍ସପେକ୍ଟର ଓ ୧୩ଜଣ ପୁଲିସ କର୍ମୀଙ୍କ ନାମରେ ମାମଲା ରୁଜୁ କରିବାକୁ ନିର୍ଦେଶ ଦେଇଛନ୍ତି।

Leave A Reply