ସନ୍ଧ୍ୟା ସମୟରେ ଆରଆଇଙ୍କ ଘରୁ ଡକାୟତି

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ କୁସପଲା ରାସ୍ତାରେ ଘର କରି ରହୁଥିବା ଆରଆଇ ରମେଶ ଚନ୍ଦ୍ର ଦଳେଇଙ୍କ ଘରୁ ଆଜି ସନ୍ଧ୍ୟା ସମୟରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ନଗଦ ଅର୍ଥ ଡକାୟତି ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ବେଗୁନିଆ ତହସିଲରେ କାର୍ଯ୍ୟରତ ଶ୍ରୀ ଦଳେଇ କାର୍ଯ୍ୟାଳୟରୁ ଆସି ମାର୍କେଟିଙ୍ଗ କରୁଥିବା ସମୟରେ ୩ ଜଣ ଯୁବକ ଆସି ତାଙ୍କ ଘରେ ପଶିଥିଲେ । ପ୍ରଥମେ ତାଙ୍କ ପତ୍ନୀ ତାଙ୍କୁ ପ୍ରତିରୋଧ କରିବାରୁ ମାରଣାସ୍ତ୍ର ଦ୍ୱାରା ତାଙ୍କ ମୁଣ୍ଡକୁ ଆଘାତ କରିଥିଲେ ସେ ଆହତ ହୋଇ ତଳେ ପଡିଥିବାବେଳେ ଘରେ ଟିଉସନ କରୁଥିବା ଶିକ୍ଷକ ପ୍ରତିରୋଧ କରିବାରୁ ତାଙ୍କ ହାତକୁ ହାଣି ଦେଇଥିଲେ । ସେମାନଙ୍କୁ ଗୋଟିଏ ଘରେ ବନ୍ଦ କରି ଲୁଟପାଟ୍‌ କରିବା ସହିତ ଆଲମୀରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହିତ ନଗଦ ଅର୍ଥ ନେଇ ପଳାଇ ଯାଇଛନ୍ତି। ଶ୍ରୀ ଦଳେଇ ଘରେ ପଂହଁଚି ଏ ସମ୍ପର୍କରେ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କୁ ଜଣାଇବା ପରେ ସେ ସଂଗେସଂଗେ ବେଗୁନିଆ ଥାନାକୁ ଫୋନ କରି କର୍ମଚାରୀମାନଙ୍କୁ ଧରି ଘଟଣାସ୍ଥଳରେ ପଂହଁଚିଥିଲେ । ପୁଲିସ ସେଠାରେ ପହଂଚି ଘଟଣାର ତଦନ୍ତ କରୁଥିବାରୁ ସବିଶେଷ ତଥ୍ୟ ଜଣାପଡିନାହିଁ । ଆହତ ମାନଙ୍କୁ ଖୋର୍ଦ୍ଧା ଡାକ୍ତରଖାନା ପଠାଯାଇଛି ।

Comments are closed.