ବର୍ଷାରେ ଧୋଇହୋଇଗଲା ରାସ୍ତା : ଦୁଇ ପଞ୍ଚାୟତ ବିଚ୍ଛିନ୍ନ

ମାଲକାନ୍‍ଗିରି : ମାଲକାନଗିରି ଜିଲାରେ ପ୍ରବଳ ବର୍ଷାରେ ଆଜି ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ବିଶେଷ କରି ରବିବାର ମାଥିଲି ଓ ଖଇରପୁଟ ବ୍ଲକରେ ଅତ୍ୟଧିକ ବର୍ଷା ରେକର୍ଡ କରାଯାଇଛି। ମାଥିଲି ବ୍ଲକ୍‍ର କମାରପାଲି ଓ ମହୁପଦର ରାସ୍ତା ଧୋଇଯିବା ଫଳରେ ଏହି ଦୁଇ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି।
କିଛି ଦିନ ପୂର୍ବରୁ ମାଓବାଦୀ ଏହି ରାସ୍ତା କାମକୁ ବିରୋଧ କରିବା ଫଳରେ ଏହି ରାସ୍ତା ନିର୍ମାଣ ଅଧାରୁ ବନ୍ଦ ହୋଇଯାଇଥିଲା। ଗତକାଲିଠାରୁ ପ୍ରବଳ ବର୍ଷା ଯୋଗୁଁ ନୂତନ ଭାବେ ନିର୍ମାଣାଧୀନ ଏହି ରାସ୍ତାର ମାଟି ଧୋଇଯାଇଛି। ଏଠାରେ ଗୋଟିଏ ଘାଈ ସୃଷ୍ଟି ହୋଇ ୨ ହଜାର ଆଦିବାସୀ ଏହି ରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଛି।

Comments are closed.