ବିଦ୍ୟୁତ୍ ସଂଯୋଗ ଦାବିରେ ରାସ୍ତାକୁ ଓହ୍ଲାଇଲେ ଉତ୍ତ୍ୟକ୍ତଲୋକେ

ପିପିଲି : ବାତ୍ୟା ‘ଫନି’କୁ ପ୍ରାୟ ଏକ ମାସ ହୋଇ ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପିପିଲିକୁ ବିଦ୍ୟୁତ୍ ସଂଯୋଗ ହୋଇନାହିଁ । ଏହାର ପ୍ରତିବାଦରେ ସ୍ଥାନୀୟଲୋକ ଶନିବାର ରାସ୍ତାକୁ ଓହ୍ଲାଇଛନ୍ତି । ଦିନ ପ୍ରାୟ ସାଢେ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଉତ୍ୟକ୍ତ ଲୋକେ ପିପିଲି ସେସୁ କାର୍ଯ୍ୟାଳୟ ଘେରଉ କରିବା ସହ ପିପିଲି-ନିମାପଡା ରାସ୍ତାରେ ଥିବା ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତାରୋକ କରିଥିଲେ । ଆଜି ରାତି ୯ଟା ସୁଦ୍ଧା ପିପିଲି ଏନଏସିର ୨୩ଟି ଟ୍ରାନ୍ସଫରମରକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ପୁଲିସ ଉପସ୍ଥିତିରେ ସେସୁ ଏସଡିଓ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।

Comments are closed.