ଡମ୍ପର ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବାଲେଶ୍ୱର : ଡମ୍ପର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟଣାକୁ ନେଇ ରବିବାର ରାସ୍ତା ଅବରୋଧ କରାଯାଇଛି । ଅଭିଯୁକ୍ତକୁ ଗିରଫ ଦାବିରେ ଜଳେଶ୍ୱର ରାଜ୍ୟ ରାଜପଥ ସାହୁଛକ ଠାରେ ନିକଟରେ ଉତ୍ତ୍ୟକ୍ତଲୋକ ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି । ଫଳରେ ଯାତାୟତ ବନ୍ଦ ରହିଛି ।

ସୂଚନାଯୋଗ୍ୟ, ଡମ୍ପର ଧକ୍କାରେ ଜଣେ ବାଇକ ଆରୋହୀ ପ୍ରାଣ ହରାଇଥିଲେ । ଡ୍ରାଇଭରଙ୍କ ସହିତ ପୂର୍ବ ଶତ୍ରୁତା ଥିବା କାରଣରୁ ଯୋଜନା ବଦ୍ଧଭାଭାବେ ହତ୍ୟା କରାଯାଇଥିଲା ବୋଲି ମୃତକଙ୍କ ପରିବାର ଲୋକେ କମରଦା ଥାନାରେ ଅଭିଯୋଗ କରିଥିଲେ ।

Comments are closed.