ଗୁଳିମାଡକୁ ନେଇ ପ୍ରତିବାଦ; କଟକ-ଚାନ୍ଦବାଲି ରାସ୍ତା ଅବରୋଧ

କେନ୍ଦ୍ରାପଡା : କେନ୍ଦ୍ରାପଡା ତିନିମୁହାଣି ବଜାର କମିଟି ସଭାପତି ବିବେକାନନ୍ଦଙ୍କୁ ଗୁଳିମାଡ ଘଟଣାରେ ରବିବାର ରାସ୍ତା ଅବରୋଧ କରାଯାଇଛି । ଅଭିଯୁକ୍ତକୁ  ତୁରନ୍ତ ଗିରଫ ଦାବିରେ ସ୍ଥାନୀୟଲୋକେ ତିନିମୁହାଣି ଛକ ନିକଟରେ କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରିଛନ୍ତି । ଦୋକାନ ବଜାର ବନ୍ଦ ରହିବା ସହ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି ।

ସୂଚନାଯୋଗ୍ୟ, ଶନିବାର ରାତି ୯ଟାରେ ବିବେକାନନ୍ଦ ରାମନଗରଠାରେ ନିଜା ଏକ ସୋ ରୁମ୍ ବନ୍ଦ କରି ଘରକୁ ଫେରୁଥିବା ​ବେଳେ ଗୁଲନଗର ପୋଲ ନିକଟରେ ବାଇକରେ ଆସି ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ଦୁର୍ବୃତ୍ତମାନେ ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗୋଟିଏ ଗୁଳି ତାଙ୍କ ପେଟରେ ବାଜିଥିଲା । ସେ ରାସ୍ତାରେ ପଡି ଚିତ୍କାର କରୁଥିବା ବେଳେ ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ କେନ୍ଦ୍ରପଡା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡମେଡିକାଲ ସ୍ଥାନନ୍ତର କରାଯାଇଥିଲା। ତେବେ ଏପର୍ଯ୍ୟନ୍ତ ଗୁଳିମାଡର କାରଣ ସ୍ପଷ୍ଟ ହାଇନାହିଁ।

Comments are closed.