ଯାଜପୁରରେ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ

ଯାଜପୁର: ଜାତୀୟ ସଡକ ସୁରକ୍ଷା ସପ୍ତାହ ଅବସରରେ ଯାଜପୁରରେ ସୂର୍ଯ୍ୟାଲୋକ ସମାଜସେବା ସଂଗଠନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ପୁଲିସ ସହଯୋଗରେ ସଂଗଠନର କର୍ମକର୍ତ୍ତାମାନେ ରାସ୍ତାରେ ଟ୍ରାପିଂକ୍ ନିୟମ ମାନି ଯାଉଥିବା ଯାତ୍ରୀ ମାନଙ୍କୁ କଲମ ଉପହାର ଦେଇଥିଲେ। ଟ୍ରାପିକ୍ ନିୟମକୁ ଉଲଙ୍ଘନ କରିଥିବା ଯାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ଯମ ବେଶରେ ସଂଗଠନର ସଦସ୍ୟ ମାନେ ଟ୍ରାପିଂକ୍ ନିୟମ ନ ମାନିଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦିଆଯାଇଥିଲା।

Comments are closed.