ଜେନାପୁର ଥାନା ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳିତ

ଗଡ଼ମଧୁପୁର : ଜେନାପୁର ଥାନା ସଚେତନ ନାଗରିକ ମଂଚ ଓ କିଛି ସାମାଜିକ ଅନୁଷ୍ଠାନର ସହଯୋଗରେ ଜୋନାପୁର ଅଂଚଳରେ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଜେନାପୁର ଥନାଧିକାରୀ ଆଶିସ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଂଚଳର ସ୍ୱେତ୍ସାସେବୀ ଅନୁଷ୍ଠାନ ସଚେତନ ନାଗରିକ ମଂଚର ଅନେକ ସଦସ୍ୟଙ୍କ ସହିତ ଅଂଚଳର ଅନେକ ଯୁବକଙ୍କୁ ନେଇ ରାଜପଥରେ ପଥଚାରୀ ମାନଙ୍କୁ ସଡକ ସୁରକ୍ଷାର ବାର୍ତ୍ତା ପହଞ୍ଚାଇଥିଲେ। ନିଜେ ଥାନାଧିକାରୀ ଏକ ସାଇକେଲ ଶୋଭାଯାତ୍ରାରେ ପ୍ଲାକାର୍ଡ ଧରି ସ୍ଥାନୀୟ ଅଂଚଳରେ ପରିକ୍ରମା କରି ଥାନାକୁ ଫେରିଥିଲେ। ଏଥି ସହିତ ଯେଉଁ ଚାଳକ ମାନେ ସଡକ ସୁରକ୍ଷାର ନିୟମକୁ ମାନିଛନ୍ତି ସେମାନଙ୍କୁ ଗୋଲାପ ଫୁଲ ଦେଇ ସମ୍ମାନିତ କରିଥିଲେ।

Comments are closed.