ଏଣିକି ପିଲାଏ ପଢିବେ ସଡ଼କ ସୁରକ୍ଷା

ଭୁବନେଶ୍ବର : ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ଏହାକୁ କିପରି ରୋକା ଯାଇପାରିବ ଓ ଯୁବ ପିଢିଙ୍କୁ ସଚେତନ କରାଯାଇ ପାରିବ ସେ ନେଇ ରାଜ୍ୟ ସରକର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଚଳିତ ଶିକ୍ଷା ବର୍ଷରୁ ଦଶମ ଶ୍ରେଣୀ ପାଠ୍ୟ ଖସଡ଼ାରେ ସଡ଼କ ସୁରକ୍ଷା ବିଷୟ ରହିବା ନେଇ ଏକ ବୈଠକରେ ନିଷ୍ପତ୍ତି ହୋଇଛି। ପରିବହନ ଅଧ୍ୟକ୍ଷ ସଞ୍ଜୀବ ପଣ୍ଡାଙ୍କ ସୁଚନା ମୁତାବକ ପିଲାଙ୍କୁ ଏହି ସଡ଼କ ସୁରକ୍ଷା ବିଷୟରେ ଶିକ୍ଷାଦନ ଦିଆଗଲେ ସେମାନେ ସଡ଼କ ଦୁର୍ଘଟଣାରୁ ବଞ୍ଚିପାରିବା ସହ ନୂତନ ମୋଟରଯାନ ଆଇନ ଅନୁସାରେ ରାସ୍ତାମାନଙ୍କରେ ଦିଆଯାଇଥିବା ସଙ୍କେତ ବିଷୟରେ ଜାଣିପାରିବେ।

ସୂଚନା ଅନୁଯାୟୀ, ଗତ ୪ ବର୍ଷ ମଧ୍ୟରେ ୧୮ହଜାର ୬୮୩ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ୨୦୧୬ ମସିହାରେ ୧୦ ହଜାର ୫୩୨ ଜଣଙ୍କ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୪,୬୬୩ ଜଣଙ୍କର ମୃତ୍ୟୁ ହୋଇଛି। ୨୦୧୭ ମସିହାରେ ୧୦ହଜାର ୮୫୫ଜଣଙ୍କର ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୪,୭୯୦ ଜଣଙ୍କ ମୃତ୍ୟୁ ଘଟିଛି। ୨୧୦୮ରେ ୧୧ହଜାର ୨୬୨ ଜଣଙ୍କର ସଡ଼କ ଦୁର୍ଘଟଣା ହୋଇଥିବାବେଳ ୫,୩୧୫ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୨୦୧୯ ସେପ୍ଟେମ୍ବର ରିପୋର୍ଟ ମୁତାବକ ୮ ହଜାର୨୦୩ ଜଣଙ୍କର ଦୁର୍ଘଟଣା ଘଟିଥିବାବେଳେ ୪,୧୧୫ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନା ମୁତାବାକ ନୂତନ ମୋଟରଯାନ ଆଇନ ଆସିବାପରେ ୨୦୧୯ ସେପ୍ଟେମ୍ବର ଓ ଅକ୍ଟୋବରରେ ଓଡ଼ିଶାରୁ  ୧୩ କୋଟି ଟଙ୍କା ଜରିମାନା ଆଦାୟ କରାଯାଇଛି।

Comments are closed.