ପଞ୍ଚାୟତ ଶୁଣିଲାନି, ନିଜ ଉଦ୍ୟମରେ ରାସ୍ତା ମରାମତି କଲେ ଗ୍ରାମର ଯୁବଗୋଷ୍ଠୀ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ମେଡିକାଲଠାରୁ କଲେଜ ରାସ୍ତାକୁ ମୋରମ ପକାଇ ସମତୁଲ କରିଛନ୍ତି ଗ୍ରାମର ଯୁବକ ଗୋଷ୍ଠୀ । ଦୀର୍ଘ ଦିନ ଧରି ଏହି ରାସ୍ତାଟି ଖାଲ ଖମାରେ ପରିପୂର୍ଣ୍ଣ ଥିବା ବେଳେ ଉକ୍ତ ରାସ୍ତା ପ୍ରତି ପଞ୍ଚାୟତ ଅଥବା ବ୍ଲକ ପ୍ରଶାସନର ଦୃଷ୍ଟି ପଡି ନଥିଲା। ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ କଲେଜର ଛାତ୍ରୀଛାତ୍ରଙ୍କ ଠାରୁ ଆରମ୍ଭ ସ୍ଥାନୀୟ ବାସିନ୍ଦା ଯିବା ଆସିବା କରନ୍ତି। ଏଥି ସହ ଆଖପାଖ ଅଂଚଳର ୧୦ରୁ ଉର୍ଦ୍ଧ୍ବ ଗ୍ରାମର ଲୋକେ ମେଡିକାଲକୁ ଆସିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ଖାଲ ଖମା ଯୋଗୁଁ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣାର ଶିକାର ହୋଇ ଆସୁଥିଲେ ମଧ୍ୟ ରାସ୍ତାର ମରାମତି କରାଯାଉ ନଥିଲା । ଫଳରେ ରାସ୍ତାଟି ଶୋଚନୀୟ ହୋଇ ପଡ଼ିଥିଲା । ଶେଷରେ ବାଧ୍ୟହୋଇ ଗ୍ରାମର ଗାରିମା ରକ୍ଷା ପାଇଁ ସ୍ଥାନୀୟ ଯୁବଗୋଷ୍ଠୀ ନିଜ ଉଦ୍ୟମରେ ରାସ୍ତାରେ ମୋରମ ପକାଇ ରାସ୍ତାର ମରାମତି କରିଛନ୍ତି ।

Comments are closed.