ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶରେ ନିର୍ମାଣ, ପୁନରୁଦ୍ଧାର ଓ ଉନ୍ନତିକରଣ ସଡ଼କ ପ୍ରକଳ୍ପକୁ ଗଡ଼କରୀଙ୍କ ମଞ୍ଜୁରି

ନୂଆଦିଲ୍ଲୀ :  କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ୪ ଲେନ ବିଶିଷ୍ଟ କେସିଙ୍ଗା ଆରଓବି  ସଡ଼କ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରି ଦେଇଛନ୍ତି । କଳାହାଣ୍ଡି ଜିଲ୍ଲା କେସିଙ୍ଗାର ୨୦୧ ନମ୍ବର ଜାତୀୟ ରାଜପଥ (ବର୍ତ୍ତମାନର ଜାତୀୟ ରାଜପଥ ନଂ-୨୬)ର ୧୭୬ କିମି ଠାରେ ଲେଭେଲ କ୍ରସିଂ ସଂଖ୍ୟା ଆରଭି-୧୭୨ ପାଇଁ ଭୂମି ଅଧିଗ୍ରହଣକୁ ମଧ୍ୟ ମଞ୍ଜୁର କରାଯାଇଛି ।  ଏହି ପ୍ରକଳ୍ପ ପାଇଁ ୩୨୪.୦୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଏକାଧିକ ଟୁଇଟରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି ଯେ, ଆନ୍ଧ୍ରପ୍ରଦେଶର ୩୦ ନମ୍ବର ଜାତୀୟ ରାଜପଥର ଦୁଇ ଲେନ ବିଶିଷ୍ଟ ପେଭଡ ସୋଲଜର ସହିତ ୧୭୦+୭୦୦ରୁ ୨୩୪+୫୬୭(ଡିଜାଇନ ପରିବର୍ତ୍ତନ) ଭାଗର ପୁନରୁଦ୍ଧାର ଏବଂ ଉନ୍ନତିକରଣ କରାଯିବ। ଏହି ପ୍ରକଳ୍ପ ପାଇଁ ୩୮୮.୭୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଏହା ଛଡ଼ା ଆନ୍ଧ୍ରପ୍ରଦେଶ ଦେଇ ଯାଇଥିବା ୪୨ ନମ୍ବର ଜାତୀୟ ରାଜପଥର ମୁଲାକାଲାଚେରୁଭୁ ଠାରୁ ମଦନାପଲ୍ଲୀ ସେକ୍ସନ ପର୍ଯ୍ୟନ୍ତ ସଡ଼କର ପୁନରୁଦ୍ଧାର ଏବଂ ଉନ୍ନତିକରଣ କରାଯିବ। ଇପିସି ମୋଡ଼ରେ ପେଭଡ ସୋଲଜର ସହିତ ଏହି ସଡ଼କକୁ ୨ ଲେନରୁ ୨/୪ ଲେନ କରାଯିବ ଏବଂ ଏଥିପାଇଁ ୪୮୦.୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ମଧ୍ୟପ୍ରଦେଶରେ ସିଆରଆଇଏଫ ଯୋଜନା ଅଧୀନରେ ୨୦୨୧-୨୨ ଆର୍ଥିକ ବର୍ଷରେ ୬୦୦.୧୩ କିମି ଲମ୍ବ ୨୩ଟି ପ୍ରକଳ୍ପର ବିକାଶ କରାଯିବ। ଏଥିପାଇଁ ୧୮୧୪.୯୦ କୋଟି ଟଙ୍କା ବଜେଟ ବ୍ୟୟବରାଦ କରାଯାଇଛି।

Comments are closed.