ବହୁ ଚର୍ଚ୍ଚିତ ସିର୍ଲା ପଞ୍ଚାୟତ, ଲିଙ୍ଗେମାହା ଗ୍ରାମ ସମେତ ୫ ଖଣ୍ଡ ଗାଁକୁ ୪ କିମି ରାସ୍ତା ନାହିଁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ସିର୍ଲା ପଞ୍ଚାୟତ ହେଉଛି ଏକ ଚର୍ଚ୍ଚିତ ପଞ୍ଚାୟତ। ଗତ କିଛିଦିନ ତଳେ ଉକ୍ତ ପଞ୍ଚାୟତ ଅନ୍ତର୍ଗତ ଏକ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟ ଯୋଗୁଁ ୭ ଜଣ ମାଓବାଦୀ ନିହତ ହୋଇଥିଲେ। ଯାହାକୁ ନେଇ ସମଗ୍ର ରାଜ୍ୟ ଓ ଦେଶରେ ବେଶ୍‍ ଚର୍ଚ୍ଚା ହୋଇଥିଲା। ପରବର୍ତ୍ତି ସମୟରେ ମଧ୍ୟ ଉକ୍ତ ଜଙ୍ଗଲକୁ ସୁରକ୍ଷାକର୍ମୀମାନେ ତୁହାକୁ ତୁହା ମଧ୍ୟ କମ୍ବିଂ ଅପରେସନ ଜାରି ରଖିଛନ୍ତି। ତେବେ ସବୁଠାରୁ ଗୁରୁତ୍ୱର ବିଷୟ ହେଲା ଉକ୍ତ ପଂଚାୟତ ଅନ୍ତର୍ଗତ ୫ଟି ଗ୍ରାମକୁ ଆଜି ପର୍ଯ୍ୟନ୍ତ ରାସ୍ତା ନାହିଁ। ଫଳରେ ଏହି ସବୁ ଗ୍ରାମର ପ୍ରାୟ ହଜାର ହଜାର ଅଧିବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ପ୍ରକାଶ ଯେ, ମାଓବାଦୀ-ସୁରକ୍ଷା କର୍ମୀ ଅନ୍ତର୍ଗତ ପିଡାମାହାଠାରୁ ଲିଙ୍ଗେରମାହା ପର୍ୟ୍ୟନ୍ତ ଏବଂ ସେଠାରୁ ଆଗକୁ ରହିଥିବା ଗାଁ ବଙ୍ଗେରୀ,ୱାଟପାଙ୍ଗା ଓ ଗୁଡ୍ରି ଭଳି ଆହୁରି ଛୋଟଛୋଟ ଗାଁକୁ ଭଲ ରାସ୍ତାନାହିଁ ଫଳରେ ସେଠାରେ ବସବାସ କରୁଥିବା ପ୍ରାୟ ୪ ହଜାରରୁ ଅଧିକ ଲୋକେ ସେମାନଙ୍କର ସବୁଦିନିଆ ବିଭିନ୍ନ ଆବଶ୍ୟକତା ପାଇଁ ସିର୍ଲା ପଂଚାୟତ କାର୍ୟ୍ୟାଳୟ ଏବଂ ତୁମୁଡିବନ୍ଧ ଓ ବାଲିଗୁଡାକୁ ଯାଇ ଥାଆନ୍ତି। ସେମାନଙ୍କର ଗାଁକୁ କଚ୍ଚା ରାସ୍ତା ରହିଥିଲେ ମଧ୍ୟ ସେଠାର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ପାଇଁ ଆସିବାକୁ ପଡେ ସିର୍ଲା କିମ୍ବା ତୁମୁଡିବନ୍ଧ ଓ ବାଲିଗୁଡାକୁ। ଏହି ଗ୍ରାମର ଲୋକଙ୍କୁ ବର୍ଷାଖରା ସବୁଋତୁରେ ଏହି କଚ୍ଚା ରାସ୍ତାରେ ଚାଲିଚାଲି ଆସିଥାଆନ୍ତି ସିର୍ଲା ପଂଚାୟତକୁ ପିଡିଏସ ଚାଉଳ ଓ କିରୋସିନ ନେବାକୁ ଏହି ସବୁ ଅଂଚଳରେ କେବଳ ଲିଙ୍ଗାମାହା ଗ୍ରାମରେ ରହିଛି ଗୋଟିଏ ସ୍କୁଲ ସେଠାକୁ ମଧ୍ୟ ବର୍ଷା ଦିନରେ କାଦୁଅ ପଚପଚରେ ଶିକ୍ଷକ ମାନେ ଆସନ୍ତି ପିଲାଙ୍କୁ ପାଠପଢାଇବାକୁ। ବଙ୍ଗେରୀ,ୱାଟପାଙ୍ଗା ଓ ଲିଙ୍ଗେରମାହାରେ ଅଙ୍ଗନବାଡି କେନ୍ଦ୍ର ରହିଛି ସେଠାକୁ ପିଲାମାନେ ଓ ଅଙ୍ଗନବାଡି କର୍ମିମାନେ ମଧ୍ୟ ସେହିପରି କାଦୁଅ ପଚପଚରେ ଆସନ୍ତି ପିଲାଙ୍କ ଜତ୍ନ ନେବାକୁ। ସେହି ଅଂଚଳରେ ଲୋକଙ୍କର ପିଈବା ପାଣି ପାଇଁ ମଧ୍ୟ କୌଣସି କୁଅ କିମ୍ବା ନଳକୁଅ ନାହିଁ କାରଣ ସେଠାକୁ ବଡ ଗାଡି ଯାଇପାରୁନାହିଁ ସେଥିପାଇଁ ଏହି ସୁବିଧା ମଧ୍ୟ ହୋଇପାରୁନାହିଁ। ଏହି ଅଂଚଳରେ ଥିବା ୪ କିଲୋମିଟର ରାସ୍ତାକୁ ପକ୍କା ରାସ୍ତା କରିବାକୁ ଦାବୀ କରିଛନ୍ତି ସେହି ଅଞ୍ଚଳର ଅଧିବାସୀମାନେ।

Comments are closed.