ଛଅ ମାସରେ କଂକ୍ରିଟ୍‍ ରାସ୍ତାରେ ବିରାଟ ଫାଟ

ପିପିଲି : ପିପିଲି ବ୍ଲକ ସରସ୍ୱତୀପୁର ଗ୍ରାମପଞ୍ଚାୟତ ଅର୍ନ୍ତଗତ ସାନଗାଁ ଠାରୁ ବନମାଳିପୁର ଅଞ୍ଚଳକୁ ସଂଯୋଗ କରୁଥିବା ଏକମାତ୍ର କଂକ୍ରିଟ ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି। ନିର୍ମାଣର ମାତ୍ର ୬ମାସ ମଧ୍ୟରେ ଏହି କଂକ୍ରିଟ୍‍ ରାସ୍ତାଟି ଅନେକ ସ୍ଥାନରେ ଫାଟି ଯାଇଥିବା ବେଳେ କେତେକ ସ୍ଥାନରେ ବିରାଟ ଫାଟ ସୃଷ୍ଟି ହୋଇଛି। ଫଳରେ ଜନସାଧାରଣ ଯାତାୟତରେ ନାନା ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି। ଏପରିକି ରୋଗୀଙ୍କୁ ମେଡିକାଲ ନେବା ସମୟରେ ମଧ୍ୟ ଲୋକେ ଅସୁବିଧାର ସମ୍ମୁଖିନ ହେବା ସହ ମେଡିକାଲରେ ପହଞ୍ଚିବାରେ ଅଧିକ ସମୟ ଲାଗୁଥିବା ଅଭିଯୋଗ ହେଉଛି। ବ୍ଲକ ଓ ପଞ୍ଚାୟତ ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ସାଧାରଣରେ ଦାବି କରାଯାଇଛି।

Comments are closed.