ରାସ୍ତା ଉପରେ ଆଇରନ ଗୋଲା, ଜନସାଧାରଣ ଯାତାୟତରେ ବାଧାପ୍ରାପ୍ତ

ଝୁମ୍ପୁରା : ଝୁମ୍ପୁରା ବ୍ଲକର ନୟାଗଡ ରେଳଗାଡି ରହଣୀ ନିକଟସ୍ଥ ଉଡା ପୋଲ ଠାରୁ ଅରଡେଇ ନଦୀ ପର୍ଯ୍ୟନ୍ତ ରାସ୍ତା ସାରା ଆଇରନ ଗୋଲା ବିଛାଇ ହୋଇ ପଡିଥିବାରୁ ଜନସାଧାରଣ ଯାତାୟତ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ରାସ୍ତା ଦେଇ ପ୍ରତି ଦିନ ଯୋଡା,ବଡବିଲ.ବାମେବାରୀ ସମେତ ଝୁମ୍ପୁରା ଏବଂ ଜିଲା ମୁଖ୍ୟାଳୟକୁ ଦୁଇ ଚକିଆ ଯାନ ଠାରୁ ଆରମ୍ଭ କରି ଯାତ୍ରୀବାହୀ ବସ ଏବଂ ଲୁହା ପଥର ବୋଝେଇ ହୋଇ ଯାଉଥିବା ଗାଡି ଗୁଡିକ ଯାତାୟତ କରିଥାନ୍ତି। ବର୍ତ୍ତମାନ ରାସ୍ତାରେ ଆଇରନ ଗୋଲା ପଡିଥିବାରୁ ବିଶେଷ କରି ଦୁଇ ଚକିଆ ଯାନରେ ଯାତାୟତ କରୁଥିବା ଜନସାଧାରଣ ମାନେ ଯାତାୟତ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଆଇରନ ଗୋଲା ରାସ୍ତାରେ ବିଛାଇ ହୋଇ ପଡିଥିବାରୁ ପ୍ରତିିଦିନ ଛୋଟ ମୋଟ ଦୁର୍ଘଟଣା ଘଟି ଖଡଣ୍ଡିଆ ଖାବରା ହୋଇ ଡାକ୍ତରଖାନାକୁ ଯାଉଥିବା ନଜର ରହିଛି। ରାସ୍ତା ଉପରେ ଏତେ ସଂଖ୍ୟକ ଆଇରନ ଗୋଲା କିଏ ପକାଇଲା ଏବଂ କାହିଁକି ପକାଇଲା ବୋଲି ସ୍ଥାନୀୟ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି। ରାସ୍ତା ଉପରେ ପଡିଥିବା ଆଇରନ ଗୋଲି ଗୁଡିକ ସଫା କରିବା ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସ୍ୱତନ୍ତ ଦୃଷ୍ଟି ଦେବାକୁ ଜନସାଧାରଣରେ ମତ ପ୍ରକାଶ ପାଉଛି।

Comments are closed.