ପ୍ରଶାସନ ଶୁଣିଲାନି; ଗ୍ରାମ ରାସ୍ତା ନିଜେ ମରାମତି କଲେ ଗ୍ରାମବାସୀ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ବୁଢିକାପୁଡି ପଞ୍ଚାୟତ ବୁଢିକାପୁଡି ମଝିସାହି ଗ୍ରାମ ରାସ୍ତା ବର୍ଷା ଦିନେ ଅତି କଦର୍ଯ୍ୟ ହୋଇପଡିଥିଲା । ରାସ୍ତା ମଝିରେ ଡ୍ରେନ ଭଳି ପରିସ୍ଥିତି ସହ ଖାଲଖମା ସୃଷ୍ଟି ହୋଇଥିବାରୁ ପୁଟୁଗାଁ, ପାଣପଶି, କାଉଁରୀକଳା ଏବଂ ବଳା ଗ୍ରାମବାସୀଙ୍କ ପାଇଁ ଏହି ନିତିଦିନିଆ ରାସ୍ତାଟି ମରଣଯନ୍ତା ପାଲଟି ଯାଇଥିଲା । ଏନେଇ ପଞ୍ଚାୟତ କର୍ତ୍ତୃପକ୍ଷ ଓ ବ୍ଲକ ପ୍ରଶାସନକୁ ଅବଗତ କରାଇଥିଲେ । ତେବେ ପ୍ରଶାସନ ଅଭିଯୋଗକୁ କର୍ଣ୍ଣପାତ ନକରିବାରୁ ଆଜି ବୁଢିକାପୁଡି ଗ୍ରାମର ସୁମନ୍ତ କୁମାର ମହାନ୍ତ, ରାଜକିଶୋର ମହାନ୍ତ, ରମେଶ ଚନ୍ଦ୍ର ମହାନ୍ତ, ଜଗନ୍ନାଥ ମହାନ୍ତ, ଲଷ୍ମୀଧର ମହାନ୍ତ ପ୍ରମୁଖ ନିଜେ ଶାରୀରିକ ଶ୍ରମଦାନ କରି ପଞ୍ଚାୟତ ପାଖରୁ ଗ୍ରାମ ଶେଷ ମୁଣ୍ଡ ଯାଏ ରାସ୍ତା ମରାମତି କରୁଥିବା ଦେଖିବାକୁ ମିଳିଛି ।

Comments are closed.