ଜାତୀୟ ରାଜପଥ ପାଲଟିଛି ମରଣ ଯନ୍ତା, ରାସ୍ତା କାମ ବନ୍ଦ କଲେ ସ୍ଥାନୀୟ ସ୍ବେଚ୍ଛାସେବୀ

ବେଗୁନିଆ: ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ କାର୍ୟ୍ୟ ଧିମା ଗତିରେ ଚାଲିବା ସହ ରାସ୍ତାରେ ଡାଇଭର୍ସନ ନଥିବା ବେଳେ ଦୈନନ୍ଦିନ ଦୁର୍ଘଟଣା ଘଟୁଛି। ଏପରିକି ମଧ୍ୟ ପ୍ରଶାସନ ପକ୍ଷରୁ କାର୍ୟ୍ୟର ତଦାରଖ କରିବା ପାଇଁ କେହି କର୍ମଚାରୀ ଉପସ୍ଥିତ ରହୁ ନ ଥିବାର ସୁଯୋଗ ନେଇ ନିମ୍ନ ମାନର ମନମୁଖୀ କାର୍ୟ୍ୟ କରୁଛନ୍ତି । ୨୦୧୮ ମସିହାରେ କାର୍ୟ୍ୟ କରିବା ପାଇଁ ସମୟସୀମାକୁ ବଢାଇ ଦିଆଯାଇଛି । ଶନିବାର ବେଗୁନିଆ-ବାଘମାରି ରାସ୍ତାର ବାମଡିହ ଛକ ନିକଟରେ ତିନୋଟି ଛୋଟବଡ଼ ଦୁର୍ଘଟଣା ହୋଇଥିବା ବେଳେ କେନ୍ଦ୍ରୀୟ ମାନବ ସୁରକ୍ଷା ଅଧିକାର ଖୋର୍ଦ୍ଧା ଜିଲ୍ଲା ସଭାପତି ସୁକାନ୍ତ ପରିଡା ନିଜ ଗ୍ରାମକୁ ଫେରୁଥିବା ବେଳେ ସଂପୃକ୍ତ ସ୍ଥାନରେ ଦୁର୍ଘଟଣା ଘଟି ଆହତ ହୋଇଥିଲେ । ଏନେଇ ଆଜି ସ୍ଥାନୀୟ ଯୁବକମାନେ ଏକତ୍ରିତ ହୋଇ ଏହିସବୁ ଘଟଣାକୁ ଦୃଷ୍ଟିରେ ରଖି କାର୍ୟ୍ୟକୁ ବନ୍ଦ କରିବାକୁ ଅଡି ବସିଥିଲେ । ଏଥିରେ ସୁପରଭାଇଜର ଜଣକ ନିରୁପାୟ ହୋଇ ସ୍ଥାନୀୟ ଥାନାକୁ ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ । ପରେ ପ୍ରଶାସନ ପକ୍ଷରୁ କର୍ମଚାରୀ ପହଞ୍ଚି ବୁଝାସୁଝା କରିବାରୁ କାମ ଚାଲୁ ରହିଥିଲା ।

Comments are closed.