ପାନୀୟ ଜଳ ଓ ରିଲିଫ ଦାବିରେ ରାସ୍ତାରୋକ

ଜଗତସିଂହପୁର : ବାତ୍ୟା ‘ଫନି’କୁ ୪ ଦିନ ହେବା ପରେ ମଧ୍ୟ ରିଲିଫ ଓ ପିଇବା ପାଣି ନମିଳିବାରୁ ଜଗତସିଂହପୁର ଜିଲ୍ଲା ଧନୀପୁର ଗ୍ରାମର ବାସିନ୍ଦାମାନେ ମଙ୍ଗଳବାର ନିଜର ଦାବି ଜଣାଇ ରାସ୍ତାରୋକ କରିଛନ୍ତି। ସୂଚନା ଯୋଗ୍ୟ, ସାମୁଦ୍ରିକ ଝଡ଼ ଫନିକୁ ୪ ଦିନ ବିତିବା ପରେ ମଧ୍ୟ ଲୋକଙ୍କ ନିକଟରେ ପିଇବା ପାଣି, ରିଲିଫ, ବିଦ୍ୟୁତ ସଂଯୋଗୀକରଣର ସୁବିଧା ମିଳିପାରି ନାହିଁ । ନିଜର ଦାବିକୁ ନେଇ ଧନୀପୁର ଗ୍ରାମର ସ୍ଥାନୀୟଲୋକେ ରାସ୍ତାରୋକ କରିଥିବା ଜଣାପଡ଼ିଛି। ଫଳରେ କନ୍ଦରପୁର-ଜଗତସିଂହପୁର ରାସ୍ତାରେ ଗମନାଗମନରେ ବାଧାପ୍ରାପ୍ତ ହୋଇଛି।

Comments are closed.