ଫୁଲାଡିଠାରେ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାସ୍ତା ଅବରୋଧ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଫୁଲାଡିଠାରେ ସୋମବାର ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ଜାତୀୟ ରାଜପଥ ଅବରୋଧ କରାଯାଇଛି। ଫୁଲାଡିରୁ ସହିଦ ବାଘାଜତୀନ ସ୍ମୃତିପୀଠ ଯାଏ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ଏନେଇ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲେ ବି ଏଥିପ୍ରତି ପ୍ରଶାସନିକ ସ୍ତରରେ ଦୃଷ୍ଟି ନ ପଡିବା ନେଇ ଉଦବେଗ ପ୍ରକାଶ ପାଇଛି। ଏଥିପାଇଁ ଜମି ମାଲିକଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରି ରାସ୍ତା ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ଦାବି ହୋଇଛି। ଏହାସହ ବାଘାଜତୀନ ସହିଦ ସ୍ମୃତିପୀଠର ଉନ୍ନତିକରଣ ଦିଗରେ ପ୍ରଶାସନ ଦୃଷ୍ଟି ଦେବା ଦାବିରେ ରାସ୍ତା ଅବରୋଧ କରାଯାଇଛି। ରାସ୍ତା ଅବରୋଧ ହେବା ଫଳରେ ରାସ୍ତାରେ ଅନେକ ଗାଡି ଅଟକି ରହିଛି।

Comments
Loading...