ପିଇବା ପାଣି ଯୋଗାଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ଖୁଦପେଜ ଗ୍ରାମବାସୀ ମଙ୍ଗଳବାର ପିଇବା ପାଣି ଯୋଗାଣ ଦାବିରେ ରାସ୍ତାରୋକ କରିଛନ୍ତି। ଗ୍ରାମର ଶତାଧିକ ଲୋକ ଖଡିଆଳ-ବୋଡେନ ପିଡବ୍ଲୁଡି ରାସ୍ତାର ଖୁଦପେଜ ଗ୍ରାମ ଠାରେ ରାସ୍ତାରୋକ କରିଥିଲେ। ଯାହାଫଳରେ ୨ ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ଗୁଡିଏ ଯାନବାହାନ ଅଟକି ରହିଥିଲା। ବିଡିଓ ଶ୍ରୀଯୁକ୍ତ ବାଗ୍‍ ଏବଂ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବର ପହଞ୍ଚି ପାଣି ଯୋଗାଣର ପ୍ରତଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।
ସୂଚନା ମୁତାବକ, ଖୁଦପେଜ ଗ୍ରାମରେ ଅନ୍ୟ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାନୀୟ ଜଳ ସମସ୍ୟା ଦେଖା ଦେଇଥିବା ବେଳେ ଗ୍ରାମରେ ଥିବା ନଳକୂପମାନଙ୍କରେ ପାଣି ଠିକରେ ବାହାରୁ ନଥିବାରୁ ଗ୍ରାମର ମହିଳାମାନେ ନିକଟସ୍ଥ ନଦୀକୁ ଯାଇ କୂଅ ଖୋଳିି ପାନୀୟ ଜଳ ସଂଗ୍ରହ କରୁଥିବା ଅଭିଯୋଗ କରିଛନ୍ତି।

Comments are closed.