ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ; ସ୍ଥାନୀୟଲୋକଙ୍କ ରାସ୍ତାରୋକ

ରାଉରକେଲା : ସୁନ୍ଦରଗଡ ଜିଲା ପାନପୋଷ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଲୋକେ ଉତ୍ତ୍ୟକ୍ତ ହେବା ସହ ଗାନ୍ଧୀଛକ ରାସ୍ତା ଅବରୋଧ କରିଛନ୍ତି ବୋଲି ସୋମବାର ଖବର ମିଳିଛି। ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ରାସ୍ତା ଅବରୋଧ କାରଣରୁ ୧୪୩ ନମ୍ବର ଜାତୀୟ ରାଜପଥରେ ଦୀର୍ଘ ସମୟ ଧରି ଗମନାଗମନରେ ବାଧାପ୍ରାପ୍ତ ହେବା ସହ ରାସ୍ତାର ଉଭୟ ପଟରେ ଗାଡିମଟର ଅଟକି ରଖିଥିଲା। ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।
ସୂଚନା ଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ରୋଗୀଙ୍କ ମୃତ୍ୟୁ ହେବା ପରେ ଚିକିତ୍ସା ଅବହେଳାରୁ ତାଙ୍କ ମୃତ୍ୟୁ ହୋଇଥିଲା ବୋଲି ପରିବାର ଲୋକେ ଓ ସମ୍ପର୍କୀୟମାନେ ଅଭିଯୋଗ କରିଥିଲେ ।

 

Comments are closed.