ରାସ୍ତା ଜବର ଦଖଲ ନେଇ ବଢୁଛି ଜନ ଅସନ୍ତୋଷ, ପଦକ୍ଷେପ ଶୂନ

କଳାପଥର: ବୈଦ୍ୟେଶ୍ୱର ଥାନା କଳାପଥର ପଞ୍ଚାୟତ ଅନ୍ତର୍ଗତ ଲେମ୍ବେରୀ ଗ୍ରାମରେ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ରାସ୍ତାକୁ ଜବର ଦଖଲ କରାଯାଇଥିବା ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏ ନେଇ ବାଙ୍କୀ ତହସିଲଦାର ଦାୟୀତ୍ୱରେ ଥିବା ସହକାରୀ ଜିଲ୍ଲାପାଳ, ବୈଦ୍ୟେଶ୍ୱର ରାଜସ୍ୱ ନିରୀକ୍ଷକ ଏବଂ ସ୍ଥାନୀୟ ଥାନା ଅଧିକାରୀଙ୍କ ଠାରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌନସୁ ସୁଫଳ ମିଳିନାହିଁ।

ଗ୍ରାମବାସୀଙ୍କ ଅଭିଯୋଗର ୧୫ ଦିନ ବିତିଯାଇଥିଲେ ହେଁ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନପାରିବା ଏଠାରେ ଗ୍ରାମ୍ୟ ଅସନ୍ତୋଷକୁ ଦ୍ୱୀଗୁଣୀତ କରିଛି। ସୂଚନା ଅନୁଯାୟୀ, କଳାପଥର ପଞ୍ଚାୟତ ଅଧିନସ୍ଥ ଲେମ୍ବେରୀ ଗ୍ରାମରେ କେତେକ ସରକାରୀ ଗୋଚର, ଅନାବାଦୀ, ବଗାୟତ କିସମର ଜାଗା ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିବା ବେଳେ ସେହି ଗ୍ରାମର ଜନୈକ ପ୍ରଭାବଶାଳୀ ବ୍ୟକ୍ତି ଗତ କିଛି ମାସହେଲା ନିଜ ଅକ୍ତିଆରକୁ ନେଇଯାଇ ରାସ୍ତାରେ ବାଡବନ୍ଦି କରିିଥିବା ଅଭିଯୋଗ ହୋଇଛି। ଫଳରେ ଲୋକମାନେ ସେହି ବାଟ ଦେଇ ଯାଇଆସି ପାରୁ ନାହାନ୍ତି ଯାହା ଫଳରେ ଶତାଧିକ ଏକର ଧାନ ଜମିରେ ବୁଣା କାର୍ଯ୍ୟ ବନ୍ଦ ହୋଇଯାଇଛି। ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି।

Comments are closed.