ମଣ୍ଡିରୁ ଧାନ ଉଠାଣ ଦାବିରେ ରାସ୍ତାରୋକା

ମୁଖୀଗୁଡା: କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଜୟପାଟଣା ମଣ୍ଡଳ ତରଫରୁ ମଣ୍ଡିର ସମସ୍ତ ଧାନ ଉଠାଣ ଦାବିରେ ଜୟପାଟଣା-ମୋଟେର ରାସ୍ତାକୁ ୩ଘଣ୍ଟା ଅବରୋଧ କରାଯାଇଥିଲା। ଫଳରେ ରାସ୍ତାରେ ଗାଡିମୋଟର ଚଲାଚଳ ବନ୍ଦ ହୋଇଯାଇଥିଲା। ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଜୟପାଟଣା ମଣ୍ଡଳ ସଭାପତି ଉଆଁସୁ ବିଶ୍ଵାଳ, ଉପସଭାପତି ସିତାରାମ ନାଏକ, ସମ୍ପାଦକ ମୁନା ମିଶ୍ର, ରୁଦ୍ର ପ୍ରସାଦ ପ୍ରଧାନୀ, ବାନେର ଜୋନ ସଭାପତି ବିମୁଗ୍ଧ ପଣ୍ଡା, ବଡ କରଲାକୋଟ ଜୋନ ସଭାପତି ସୀତାରାମ ନାଏକ, ସାଧାରଣ ସମ୍ପାଦକ ବୈଦ୍ୟନାଥ ଠାକୁର, ଜୟପାଟଣା ମହିଳା ମୋର୍ଚ୍ଚା ସଭାପତି ସବିତା ସାହୁ, ଜିଲା ସଂଗଠନ ସମ୍ପାଦିକା ମମତା ପଣ୍ଡା, ରାଜ୍ୟ ଆଦିବାସୀ ମୋର୍ଚ୍ଚା ସମ୍ପାଦକ ବିଜୟ ଦିଶାରୀ, ଜିଲା ପ୍ରତିନିଧି ନିରଞ୍ଜନ ଛତ୍ରୀଆ, କୃଷକ ମୋର୍ଚ୍ଚା ସଭାପତି ପ୍ରବୀର ପଣ୍ଡା, ମାଧବ ଚନ୍ଦ୍ର ବାଗ ପ୍ରମୁଖ ରାସ୍ତାରୋକୋରେ ସାମିଲ ହୋଇଥିଲେ। ସେମାନେ ପୂର୍ବାହ୍ନ ୧୦ଟାରୁ ୧ଟା ଯାଏ ରାସ୍ତା ଅବରୋଧ କରି ଜୟପାଟଣା ବ୍ଲକର ବିଭିନ୍ନ ମଣ୍ଡିରେ ପଡିଥିବା ଚାଷୀଙ୍କ ସମସ୍ତ ଧାନ ଉଠାଇବା ସହ ମଣ୍ଡିରେ ଦଲାଲ ରାଜ, କଟନୀ ଛଟନି ବନ୍ଦ କରିବା ପାଇଁ ଦାବି କରିଥିଲେ ।