ବିଜେପି କୃଷକ ମୋର୍ଚ୍ଚାର ରାସ୍ତା ରୋକ ଆନ୍ଦୋଳନ; ରାଜପଥରେ ଫସି ରହିଲା ଆମ୍ବୁଲାନ୍ସ, ଶହ ଶହ ଗାଡି ମଟର

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ରାସ୍ତାରୋକ ଆନ୍ଦୋଳନ କରାଯାଇଛି । କଟକ ସହର ଉପକଣ୍ଠ ଗୋପାଳପୁରଠାରେ କୃଷକ ମୋର୍ଚ୍ଚା ପକ୍ଷରୁ ରାସ୍ତା ରୋକ ଆନ୍ଦୋଳନ କରାଯିବା ଫଳରେ ଘଣ୍ଟା ଘଣ୍ଟା ଧରି ୧୬ ନମ୍ବର ଜାତୀୟ ରାଜପଥରେ ଶହ ଶହ ଗାଡି ମଟର ଉଭୟ ପାଶ୍ୱର୍ରେ ଅଟକି ରହିଥିଲା । ମଣ୍ଡିରୁ ଚାଷୀଙ୍କ ସମସ୍ତ ଧାନ ଉଠାଇବା ଦାବିରେ କୃଷକ ମୋର୍ଚ୍ଚା ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି । ଏଥିଯୋଗୁଁ ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଭିଡ ମଧ୍ୟରେ ଫସି ରହିଛି ।

Comments are closed.