ଧାର୍ଯ୍ୟ ଭଡା ଦାବିରେ ଗାଡି ମାଲିକଙ୍କ ରାସ୍ତାରୋକ

ନବରଙ୍ଗପୁର : ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ କାର୍ଯ୍ୟ ବ୍ୟବହାର ହୋଇଥିବା ଚାରି ଚକିଆ ଗାଡିର ଧାର୍ଯ୍ୟ ଭଡା ଦାବିରେ ଗାଡି ମାଲିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅନ୍ଦୋଳନକାରୀମାନେ ନବରଙ୍ଗପୁର-କଳାହାଣ୍ଡିର ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ସେମାନଙ୍କ ଦାବି ହେଲା ଏପ୍ରିଲ୍‌ ୧୪ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଗାଡ଼ିଗୁଡିକୁ ରିକ୍ୟୁଜିସନ୍‌ରେ ନିଆ ଯାଇଥିଲା। କିନ୍ତୁ ଗୁରୁବାର ଭୋଟ ଗ୍ରହଣ ଶେଷ ହେବା ପରେ ଧାର୍ଯ୍ୟ ଭଡା ଦିଆନଯାଇ ଗାଡ଼ିଗୁଡ଼ିକୁ ଛାଡ଼ି ଦିଆଯାଇଥିଲା। ତେଣୁ ଧାର୍ଯ୍ୟ ଭଡା ଦାବି କରି ଗାଡି ମାଲିକମାନେ ଧାରଣା ଦେଇଛନ୍ତି ।

Comments are closed.