ସଡ଼କ ଦୁର୍ଘଟଣାରେ ୨ ମୃତ, ୧୨ ଆହତ

କେନ୍ଦୁଝର : କେନ୍ଦୁଝର ଜିଲା ବଲାଣି ଥାନା ବେସକ୍ୟାମ୍ପ୍ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ଜଣ ଆହାତ ହୋଇଥିବା ଜଣାପଡିଛି। ଆହତ ୧୨ଜଣଙ୍କୁ କିରିପୁର ଓ ବଡବିଲ ଡ଼ାକ୍ତରଖାନରେ ଭର୍ତ୍ତି କରାଯାଇଛି। ଏକ ଭ୍ୟାନରେ ଶବଦାହ କରି ଆସୁଥିବାବେଳେ ଭ୍ୟାନଟି ଦୁର୍ଘଟଣାର ଶିକାର ହୋଇଥିଲା।

Comments are closed.