କେନାଲ ଭିତରକୁ ଖସିଲା କାର, ୨ ଅଳ୍ପକେ ବର୍ତ୍ତିଲେ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ପୁରୁଣାକଟକ ହନୁମାନମନ୍ଦିର ନିକଟରେ ଗୁରୁବାର ବିଳମ୍ବିତ ରାତ୍ରିରେ ଏକ ଇଣ୍ଡିକା କାର ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କାହାର କ୍ଷତି ଘଟିନଥିବା ଜଣାପଡିଛି। କାରଟି ଚାରିଛକ ପଟୁ ପୁରୁଣାକଟକ ଆଡକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପୁରୁଣାକଟକ ପୁଲିସ ଘଟଣାତ ତଦନ୍ତ ଚଳାଇଛି।

Comments are closed.