ଚଳନ୍ତା କାର୍‌ରେ ନିଆଁ : ଅଳ୍ପକେ ବର୍ତ୍ତିଲେ କାର୍ ଚାଳକ 

ରେଙ୍ଗାଲି : ସମ୍ବଲପୁର-ରାଉରକେଲା ୧୦ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ରାସ୍ତାର ପଣ୍ଡଲୋଇ ନିକଟସ୍ଥ ଶ୍ୟାମ ମେଟାଲିକ୍ସ ପାଖରେ ମଙ୍ଗଳବାର ରାତି ପ୍ରାୟ ୮ଟା ୩୦ମିନିଟ୍ ସମୟରେ ଏକ ଚଳନ୍ତା କାର୍‌ରେ ନିଆଁ ଲାଗି ଯାଇଥିଲା। ତେବେ ସୌଭାଗ୍ୟ ବଶତଃ କାର୍ ଚାଳକ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣାର ଖବର ପାଇ ରେଙ୍ଗାଲି ପୁଲିସ ଘଟଣାସ୍ଥଳକୁ ଦମକଳବାହିନୀ ସହିତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ସୂଚନା ଅନୁଯାୟୀ, ଜୀବନ ବୀମା ନିଗମର ବିପିନ ବିହାରୀ ସେଠ ନାମକ ଜଣେ ଅଧିକାରୀ ତାଙ୍କ ଓ.ଆର୍-୧୪-ଡବ୍ଲୁ.୪୦୯୮ କାର୍ ରେ ଝାରସୁଗୁଡ଼ାରୁ ସମ୍ବଲପୁର ଫେରୁଥିବା ବେଳେ ଶ୍ୟାମ ମେଟାଲିକ୍ସ କାରଖାନା ପାଖରେ କାର୍‌ର ସମ୍ମୁଖ ଭାଗରେ ନିଆଁ ଲାଗି ଯାଇଥିବାର ଦେଖି ଶ୍ରୀ ସେଠ କାରର ଷ୍ଟାର୍ଟ ବନ୍ଦ କରି କାରରୁ ବାହାରକୁ ବାହାରି ଯାଇଥିଲେ।

Comments are closed.