ସଡକ ଦୁର୍ଘଟଣାରେ ୧ମୃତ, ୨ ଗୁରୁତର

0

ରାୟଗଡା : ରାୟଗଡା ଜିଲା କାଶୀପୁର ବ୍ଲକ ଚନ୍ଦ୍ରଗିରି ପଞ୍ଚାୟତ ଅନ୍ତର୍ଗତ ଚାନ୍ଦଗିରି ନିକଟରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୨ଜଣ ଗୁରୁତର ହୋଇଥିବା ଜଣାପଡିଛି। ଖବରଅନୁସାରେ ଏକ ଟ୍ରାକ୍ଟର ଆସି ବାଇକକୁ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଦେବା ଫଳରେ ବାଇକରେ ଥିବା ରୁଜ୍ଜୁମସ୍କା ଗ୍ରାମର ଲକ୍ଷ୍ମଣ ମାଝୀ, ପିସକୁ ମାଝୀ, ମାନିଆ ମାଝୀ ଗୁରୁତର ଆହତ ହୋଇଥିଲେ। ପ୍ରଥମେ ସ୍ତାନିୟ ଲୋକେ ସେମାନଙ୍କୁ ଉଧାରକରି ଆମ୍ବୁଲାନ୍ସ ଯୋଗେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କାଶୀପୁର ଠାରେ ଚିକିତ୍ସା ସମୟରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରେ ସେମାନଙ୍କୁ ରାୟଗଡା ଜିଲା ଚିକିତ୍ସାଳୟକୁ  ସ୍ତାନାନ୍ତର କରାଯାଇଥିଲା। ମାତ୍ର ରାୟଗଡା ଚିକିତ୍ସାଳୟରେ ଲକ୍ଷ୍ମଣ ମାଝୀଙ୍କର ମୃତ୍ୟୁ ହୋଇଥିଲା। କାଶୀପୁର ମେଡିକାଲରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଲାଇଛି।

Leave A Reply