ମଟରସାଇକେଲ ଦୁର୍ଘଟଣାରେ ପୁଲିସ କନଷ୍ଟେବଳଙ୍କ ମୃତ୍ୟୁ

କଳାପଥର(ବାଙ୍କୀ) : ବାଙ୍କୀ ଥାନା କଇଁମୁଣ୍ଡି ଫାଣ୍ଡି ଅନ୍ତର୍ଗତ ଉପର ପାଥପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ ସଡ଼କ ଦୃର୍ଘଟଣାରେ ଜଣେ ପୁଲିସ କନଷ୍ଟେବଳଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ, ବାଙ୍କୀ ଥାନାକୁ ଏକ ସରକାରୀ ଡ୍ୟୁଟିରେ ଆସିଥିବା କନେଷ୍ଟବଳ ପାଣ୍ଡବ ଚରଣ ମୋଦୀ(୩୦) ଆଜି ଅପରାହ୍ନ ପ୍ରାୟ ୧୨ଟାରୁ ୧୨ ଟା ୩୦ମିନିଟ୍‍ ସମୟରେ କୈାଣସି ଏକ କାର୍ଯ୍ୟରେ କଟକ ଅଭିମ୍ମୁଖେ ନିଜର ବାଇକ୍ ଯୋଗେ ଯାଉଥିବା ସମୟରେ ଉପର ପାଥପୁର ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା କଡରେ ପଡିଥିଲେ। ବହୁ ସମୟ ପରେ କେତେକ ଲୋକ ଦେଖିଲା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିବା ପରେ ତାଙ୍କର ପରିଚୟ ମିଳିଥିଲା। ତାଙ୍କର ନାମ ପାଣ୍ଡବ ଚରଣ ମୋଦୀ ହୋଇଥିବା ବେଳେ ଘର କେନ୍ଦୁଝର ଜିଲ୍ଲାରେ। ପୁଲିସ ମୃତଦେହ ଜବତ କରିଛି। ଆସନ୍ତାକାଲି ବ୍ୟବଛେଦ କରାଯିବ। ଦୃର୍ଘଟଣାର ସବିଶେଷ ତଥ୍ୟ ହସ୍ତଗତ ହୋଇପାରି ନାହିଁ।

Comments are closed.