ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ

0

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସିଉଳା କଟ୍‍ ଠାରେ ମଙ୍ଗଳବାର ସଂନ୍ଧ୍ୟାରେ ଏକ ସଡକ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏକ ବାଇକରେ ଦୁଇଜଣ ଯୁବକ ଭୁବନେଶ୍ୱରରୁ ମଙ୍ଗଳପୁର ଅଭିମୁଖେ ଆସୁଥିବା ବେଳେ ସିଉଳା କଟ୍‍ ଠାରେ କୌଣସି ଏକ ଗାଡି ଉକ୍ତ ବାଇକକୁ ଧକ୍କା ଦେଇଥିଲା। ଫଳରେ ଉଭୟ ଯୁବକ ଗୁରୁତର ହୋଇଥିବା ବେଳେ ମୁର୍ମୁଷ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ଜଣକୁ ମୃତ ଘୋଷଣା କରିଥିଲେ। ଖବର ପାଇ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ଏସ୍‍ଆଇ ଅଶୋକ କୁମାର ଗୋଛାୟତ କ୍ୟାପିଟାଲ ହସପିଟାଲରେ ପହଞ୍ଚି ଘଟଣାର ଅନୁସନ୍ଧାନ ଚଳାଇଥିବା ସୂଚନା ମିଳିଛି। ମୃତକଙ୍କ ନାମ ଅଭିମନ୍ୟୁ ପ୍ରଧାନ(୨୧) ଓ ତାଙ୍କ ଘର ମଙ୍ଗଳପୁର ନିକଟ ବରଜୁପାଟଣା ଉତ୍ତରବାଡ ଗ୍ରାମରେ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡିଛି।

Leave A Reply