ବସ୍ ଦୁର୍ଘଟଣାରେ ଚାଳକ ମୃତ

ରାଉରକେଲା : ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଟାଇଁସର ନିକଟରେ ଶୁକ୍ରବାର ବସ୍ ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏକ ଯାତ୍ରୀବାହି ବସ୍ ରାଉରକେଲାରୁ ଲହୁଣୀପଡ଼ା ଯାଉଥିଲାବେଳେ ବାଟରେ ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଚାଳକଙ୍କର ମୃତ୍ୟୁ ଘଟିଥିବାବେଳେ ୪ରୁ୫ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।

Comments are closed.