ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୭ଗୁରୁତର

ରେଢାଖୋଲ : ସମ୍ବଲପୁର ଜିଲା ରେଢାଖୋଲର ୫୫ନଂ ଜାତୀୟ ରାଜପଥ ଚାରମାଳ ଥାନା ଲମ୍ବଖେତା ନିକଟରେ ସୋମବାର ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୭ଜଣ ଗୁରୁତର ହୋଇଛନ୍ତି। ୫ଜଣ ଯାତ୍ରୀ ଓ ଉଭୟ ବସ୍-ଟ୍ରକ୍ ଚାଳକ ଗୁରୁତର ହୋଇଛନ୍ତି। ଗରୁତର ୫ଜଣ ଯାତ୍ରୀଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ବସ୍ ଓ ଟ୍ରକ୍ ଚାଳକ ଗାଡ଼ିରେ ଚାପି ହୋଇ ରହିଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି।

Comments are closed.