ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୫ ଗୁରୁତର

ରାୟଗଡ଼ା : ରାୟଗଡ଼ା ଜିଲା ସିଲିଗୁଡ଼ା ନିକଟରେ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ରାସ୍ତା କଡ଼ରେ ଛିଡ଼ାହୋଇଥିବା ଏକ ଟ୍ରକକୁ କାକରିଗୁମ୍ମାରୁ ରାୟଗଡ଼ା ମଝିଘରିଆଣି ଯାଉଥିବା ଏକ କାର ସିଲିଗୁଡ଼ା ନିକଟରେ ପଛପଟୁ ଆସି ଧକ୍କା ଦେଇଥିଲା। ଫଳରେ କାରରେ ଥିବା ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାେଳେ ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ୫ ଜଣଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

Comments are closed.