ଇଟା ବୋଝେଇ ଗାଡ଼ି ଓଲଟି ୨ଶ୍ରମିକ ଗୁରୁତର

ଖୁଣ୍ଟା : ମୟୁରଭଞ୍ଜ ଜିଲା ଉଦଳା ଥାନା ଅନ୍ତର୍ଗତ ସିମଳାବନ୍ଧ ନିକଟରେ ଏକ ଇଟା ବୋଝେଇ ଗାଡ଼ି ଓଲଟି ପଡିବାଦ୍ବାରା ଦୁଇ ଜଣ ଶ୍ରମିକ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଶ୍ରମିକ ଦୁଇ ଜଣ ହେଉଛନ୍ତି, ବାରିପଦା ନିକଟସ୍ଥ ଏକାଦଶୀ ସିଂଙ୍କ ପୁଅ ନାଥ ଓ ମିତ୍ରପୁର ଅଞ୍ଚଳର ବିଦ୍ୟାଧର ସିଂଙ୍କ ପୁଅ ଖରା। ମଙ୍ଗଳାବାର ପୂର୍ବାହ୍ନରେ ଇଟା ବୋଝେଇ ଗାଡ଼ିଟି ସିମିଳା ବନ୍ଧ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖୁଣ୍ଟା ଦମକଳ ବାହିନୀ ଦ୍ୱାରା ସେମାନଙ୍କୁ ଉଦ୍ଧାର କରାଯାଇ ଖୁଣ୍ଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁରୁତର ନାଥ ଓ ଖରାକୁ ବାରିପଦା ମେଡିକାଲ କଲେଜକୁ ପଠାଇଥିବା ଜଣାପଡ଼ିଛି।

Comments are closed.