ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ, ଦୁଇ ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଟୁଜୁଙ୍ଗ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ‌ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ବଲାଙ୍ଗୀର ଜିଲ୍ଲାର ରଞ୍ଜନ ଭୋଇ। ଆହତ ଦୁଇ ଜଣଙ୍କୁ ମଦନପୁର ରାମପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ମୁଖ୍ୟ ଚିକିସ୍ତ୍ରାଳୟରେ ଭର୍ତ୍ତି କରାଯାଇଛି। ରାସ୍ତା କଡରେ ଥିବା ଗଛକୁ ଧକ୍କା ଦେବାଫଳରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

Comments are closed.